ସାନଖେମୁଣ୍ଡି,୧୪/୧୧(ଡି.ଏଚ/ ପ୍ରଫୁଲ୍ଲ ସାବତ) : ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଗୌତମିରେ ପ୍ରସିଦ୍ଧ ଗୋପୀନାଥ ମହାପ୍ରଭୁଙ୍କ ଯାତ୍ରାଉତ୍ସବ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆରମ୍ଭ ହେବା ସହ ଆଜି ଗୋପୀନାଥଙ୍କ ପଟୁଆର ନୀତି ସମ୍ପନ୍ନ ହୋଇଛି। ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା ପରେ ପଦ୍ମତୋଳା ଗ୍ରାମର ସୁଭଦ୍ରା ପରିଣୟ ପୌରାଣିକ ନାଟକ ମଞ୍ଚସ୍ତ ହେବା ସହ ସପ୍ତାହ ବ୍ୟାପୀ ଯାତ୍ରାଉତ୍ସବ ଚାଲିବ ବୋଲି ଜଣାପଡିଛି। ସରପଞ୍ଚ ସୁଶାନ୍ତ ସ୍ୱାଇଁ, ଗ୍ରାମ୍ୟ କମିଟି ସଭାପତି ନୀଳକଣ୍ଠ ସ୍ୱାଇଁ, ସଂପାଦକ ଶିବରାମ ରଣା, କୋଷାଧ୍ୟକ୍ଷ ସୀମାଞ୍ଚଳ ବେହେରା, ସଭ୍ୟ ମିଟୁ ବେହେରା, ମନୋଜ ଜେନା, ରଘୁନାଥ ପାତ୍ର, ଦଣ୍ଡପାଣି ଦାସଙ୍କ ସମତେ ଗ୍ରାମବାସୀ ଯାତ୍ରା ପରିଚାଳନା କରୁଥିବା ବେଳେ ସଦର ଥାନା ପୋଲିସ ଶାନ୍ତିଶୃଙ୍ଖଳା ପାଇଁ ବନ୍ଦୋବସ୍ତ କରିଥିବା ଜଣାପଡ଼ିଛି।