ରାଜ୍ୟ ସଚିବ ତଥା କୋରାପୁଟ ଜିଲ୍ଲା ନୋଡାଲ ଅଧିକାରୀଙ୍କ ଜୟପୁର ଓ ବୋରିଗୁମ୍ମା ଗସ୍ତ

226
ADVERTISEMENT

କୋରାପୁଟ,୦୫/୧୧ (ଡି.ଏଚ/ଦୟାନିଧି ପଟନାୟକ ) : ରାଜ୍ୟ ସଚିବ ତଥା କୋରପୁଟ ଜିଲ୍ଲାର ନୋଡାଲ ଅଧିକାରୀ ଆଜି କୋରାପୁଟ ଜିଲ୍ଲା ଗସ୍ତ କରିଛନ୍ତି।ଏହି ଗସ୍ତ ସମୟରେ ପ୍ରଥମେ ଜୟପୁର ବ୍ଲକରେ ଥିବା ଜିଲ୍ଲା ଚିକିତ୍ସାଳୟ ,ଶୀତଳ ଭଣ୍ଡାର,ଏବଂ ଜୟନ୍ତୀଗିରି ଠାରେ ଥିବା ଆଦର୍ଶ ବିଦ୍ୟାଳୟ ଗସ୍ତ କରି ଥିଲେ। ଜିଲାରେ ସରକାରଙ୍କ ସ୍ୱାସ୍ଥ୍ୟ ,ଶିକ୍ଷା,ବିଭାଗରେ ସୁବିଧା ଠିକ ଭାବେ ମିଳୁଛି କି ନାହିଁ ତାହା ପରଖିଥିଲେ ଏହା ବ୍ୟତୀତ ଚାଷୀଙ୍କ ପାଇଁ ଶୀତଳ ଭଣ୍ଡାର କିଭଳି ରହିଛି ତାହା ମଧ୍ୟ ଦେଖି ଥିଲେ। ସେପଟେ ବୋରିଗୁମ୍ମା ବ୍ଲକର କେନ୍ଦୁଗୁଡା ଠାରେ ପହଞ୍ଚି ସେଠାରେ ମାଛଚାଷ କରୁଥିବା ସ୍ୱୟଂସହାୟକ ଗୋଷ୍ଟିଙ୍କ ସହ ଆଲୋଚନା କରିଥିଲେ। ପରେ ସେ କେନ୍ଦୁଗୁଡା ଗ୍ରାମରେ କିଛି ହିତଧିକାରୀଙ୍କୁ ମିଶି ସିଧାସଳଖ ସରକାରୀ ଯୋଜନା ଚାଉଳ,ଭତା,ଏବଂ ଆବାସ ଯୋଜନରେ ଘର ବିଷୟରେ ପଚାରି ବୁଝିଥିଲେ।ଏମିତିକି ସେ ଦୁବୁଲି ଗ୍ରାମକୁ ଯାଇ ସେଠାରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଓ ସ୍ଵଛଭାରତ ମିଶନର ଲ୍ୟାଟିନ କିଭଳି ହୋଇଛି ତାହା ବୁଲି ଦେଖିଲେ। ପରିଶେଷରେ ବୋରିଗୁମ୍ମା ବ୍ଲକର କମରା ଠାରେ ପହଞ୍ଚି ନିର୍ମାଣ ଶ୍ରମିକ ମାନଙ୍କ ସହ ମଧ୍ୟ ଆଲୋଚନା କରି ସରକାରୀ ଯୋଜନା ମିଳିଛି କି ନାହିଁ ତାହା ପଚାରିଥିଲେ। ତାଙ୍କ ସହ କୋରାପୁଟ ଜିଲାପାଳ ମଧୁସୂଦନ ମିଶ୍ର,ଜୟପୁର ଉପଜିଲାପାଳ ଲୋକନାଥ ଦୋଳ ବେହେରା,ଜିଲା ପ୍ରକଳ୍ପ ନିର୍ଦ୍ଧେଶକ,ବିଡ଼ିଓ ପ୍ରମୁଖ ରହିଥିଲେ । ହେଲେ ଏହି ଗସ୍ତ ସମୟରେ ଆଦର୍ଶ ବିଦ୍ୟାଳୟରେ ଅନେକ ସମସ୍ୟା ରହିଥିବା ଅନୁଭବ କରିଥିଲେ ସଚିବ ଏବଂ ଏଦିଗରେ ପଦକ୍ଷେପ ନେବେ ବୋଲି କହିଥିବା କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ

Advertisement