ମାଲକାନଗିରି,୦୫/୨(ଡ଼ି.ଏଚ୍ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ମାଲକାନଗିରି ଜଳ ବିଭାଜନ ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ବାଲିସାହିରେ ଥିବା ତାଙ୍କ ପୈତୃକ ଘର ସମେତ ଜୟପୁର, ମାଲକାନଗିରି ଓ ଭୁବନେଶ୍ୱରରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି । ଏଥିସହ ମାଲକାନଗିରି ଜିଲ୍ଲାର ସରକାରୀ କାର୍ଯ୍ୟାଳୟ ସହ ସହକାରୀ ଯନ୍ତ୍ରୀ ମୋହନ ମଣ୍ଡଳ , ଡାଟା ଏଣ୍ଟ୍ରି ଅପରେଟର ବିଶ୍ବଜିତ ମଣ୍ଡଳ ଓ ଡବ୍ଲୁଏମଟି ଅମିଅ ସାହୁଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢାଉ କରୁଛି ।