ବ୍ରହ୍ମପୁର,୦୫/୧୧(ଇ .ରଞ୍ଜନ):- ବ୍ରହ୍ମପୁର ଉପକଣ୍ଠ ଗୋପାଳପୁର ବେଳା ଭୂମିରେ ଆଜି ଜିଲ୍ଲା ପ୍ରଶlସନ ପକ୍ଷରୁ ବୋଇତ ବନ୍ଧାଣ ଉତ୍ସବ କାର୍ଯକ୍ରମ ଜିଲ୍ଲା ପ୍ରଶାସନର ସହଯୋଗରେ ପାଳିତ ହୋଇଯାଇଛି l ଏହା ପରମ୍ପରା ଦୃଷ୍ଟି ରେ ରଖି ବର୍ଷକୁ ଥରେ କାର୍ତ୍ତିକପୂର୍ଣ୍ଣିମାରେ ଏହି କାର୍ଯ୍ୟକ୍ରମ ସରକାରଙ୍କ ପକ୍ଷରୁ ହାତକୁ ନିଆଯାଇଥାଏ l କଥାରେ ରହିଛି ଯେ ପୁର୍ବଜ ସାଧବପୁତ୍ର ମାନେ ବାଣିଜ୍ୟରେ ଭ୍ରମଣ ବେଳେ ନୌକା ରେ ବାହାରି ବାଣିଜ୍ୟ ଅଭିମୁଖେ ଯାଉଥିଲେ l ସେହି ପରମ୍ପରାକୁ ଦୃଷ୍ଟିକୁ ନେଇ ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଗାଁ ଠୁ ସହର ପୋଖରୀ, ନଦୀ, ସମୁଦ୍ର ଶଯ୍ୟା ରେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଜଳାଶୟରେ ଭାସିଛି ଡଙ୍ଗା । ଆ-କା-ମା-ବୈରେ ଗୁଞ୍ଜରିତ ହୋଇଛି ନଦୀ, ସମୁଦ୍ର ଓ ଜଳାଶୟ ରେ ଭୋରରୁ ଉଠି ମହିଳା ଶ୍ରଦ୍ଧାଳୁ ମାନେ ଡଙ୍ଗା ଭସାଇଛନ୍ତି । ହୁଳହୁଳିରେ ପ୍ରକମ୍ପିତ ହୋଇଛି ଚର୍ତୁଃଦିଗ ।

ସେହିପରି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସର ରେ ଗୋପାଳପୁର ସମୁଦ୍ର କୂଳରେ ତିନି ଦିନ ଧରି ବିଭିନ୍ନ ପାରମ୍ପରିକ ଲୋନୃତ୍ୟ ହେବ ବୋଳି ଗଞ୍ଜମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ସୂଚନା ଦେଇଛନ୍ତି l ଏଥିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ ବୋଲି ବ୍ରହ୍ମପୁର ଏସପି ସାର୍ବଣ ବିବେକ ଏମ କହିଛନ୍ତି ସେହି ପରି ସମସ୍ତ ଅଧିକାରି ମାନଙ୍କ ସହ ବିଭି୍ନପ୍ରାନ୍ତରୁ ଜନ ସମାଗମ ଦେଖା ଦେଇଥିଲା l ସାଧବର ଗୌରବର ଉପରେ ନାଟକ ପରିବେଶଣ ହୋଇଥିଲା l
















