କୁକୁଡ଼ାଖଣ୍ଡି,୦୬/୧୦(ଇ.ରଞ୍ଜନ):-କୁକୁଡ଼ାଖଣ୍ଡି ସଦର ଥାନା ଅନ୍ତର୍ଗତ ଲାଠି ଗ୍ରାମରେ ଅବସ୍ଥିତ ନିଶା ନିବାରଣ କେନ୍ଦ୍ରରେ ନିଶା ମୁକ୍ତ ହେବା କୁ କିଛି ଯୁବକ ଭର୍ତ୍ତି ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଚାରି ଜଣ ଯୁବକ ଫେରାର ଉଦ୍ୟମ କରିଥିଲେ l ଏବଂ ନିଶା ନିବାରଣ କେନ୍ଦ୍ର ର ଛାତ ଡେଇଁ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ଚାରି ଯୁବକ ମଧ୍ୟରୁ ଜଣେ ମୃତ୍ୟୁ, ଜଣେ ଗୁରୁତର, ଓ ଅନ୍ୟ ଦୁଇ ଫେରାର ହୋଇଥିବା ସୂଚନା। ମୃତ ବ୍ୟକ୍ତି ହେଲେ ନିମଖଣ୍ଡି ଥାନା ଅଞ୍ଚଳର ଅଶୋକ କୁମାର ପାଣିଗ୍ରାହୀ। ସୂଚନା ଅନୁସାରେ, ଅଶୋକ ଅଧିକ ମାତ୍ରାରେ ନିଶା ସେବନ କରୁଥିବାରୁ ପରିବାର ଲୋକେ ତାଙ୍କୁ ଲାଠି ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେ ଅନେକଥର ସେଠାରୁ ଖସିଯିବା ପାଇଁ ଚେଷ୍ଟା କରିଥିଲେ।ଶନିବାର ରାତ୍ର ସମୟ ରେ ଅଶୋକ ସହ ତିନି ଯୁବକ ଏକାସାଥି ଛାତରୁ ଡେଇଁବା ବେଳେ ଅଶୋକ ଓ ଅନ୍ୟ ଜଣେ ତଳେ ପଡି ଗୁରୁତର ହୋଇଥିଲେ। କେନ୍ଦ୍ର କର୍ମଚାରୀ ମାନେ ଦୁହିଁଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ନେଇଯାଇଥିଲେ। ଚିକିତ୍ସିତ ସମୟ ରେ ଅଶୋକ ଙ୍କ ମୃତ୍ୟୁ ହୋଇଥିଲା, ଓ ଅନ୍ୟ ଜଣେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।ଖବର ପାଇ ସଦର ଥାନା ପୁଲିସ୍ ମେଡିକାଲ ରେ ପହଞ୍ଚି ମୃତ ଶରୀରକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଥାନା ଅଧିକାରୀ ରାମ ସୁବ୍ରମଣ୍ୟମ ପ୍ରଧାନ କହିଛନ୍ତି ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ମୃତ୍ୟୁର ମୂଳ କାରଣ ସ୍ପଷ୍ଟ ହେବ। ମୃତଙ୍କ ପରିବାର ପକ୍ଷରୁ ନିଶା ନିବାରଣ କେନ୍ଦ୍ର ଉପରେ ଲିଖିତ ଅଭିଯୋଗ ଦାଖଲ ହୋଇଛି। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଫେରାର ହୋଇଥିବା ଦୁଇ ଯୁବକଙ୍କ ଖୋଜ ମଧ୍ୟ ଜାରି ରହିଛି।ଘଟଣାକୁ ନେଇ ଅଞ୍ଚଳରେ ତିବ୍ର ଚାଞ୍ଚଲ୍ୟ ସୃଷ୍ଟି, ଏବଂ କେନ୍ଦ୍ରର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି।
















