ନୂଆଦିଲ୍ଲୀ,୧୮/୭(ଡି.ଏଚ ବ୍ୟୁରୋ):-ଖାଉଟିଙ୍କ ଉପରେ ମହଙ୍ଗା ମାଡ଼। ଆଜିଠୁ ମୁଢ଼ି, ଚୁଡ଼ା, ପନୀର, ଦହି, ଲସି, ଘୋଳଦହି, ଗୁଡ଼, ଖଇ, ଚାଉଳ, ଗହମ, ବାର୍ଲି, ଅଟା, ମହୁ ଆଦି ନିତିଦିନିଆ ଖାଦ୍ୟ ସାମଗ୍ରୀ ଉପରେ ଲାଗୁ ହେଲା ୫ ପ୍ରତିଶତ GST । ଏବଂ ପଇଡ଼ ପାଣି ଉପରେ ୧୨ ପ୍ରତିଶତ GST ଲାଗୁ ହୋଇଛି । ଫଳରେ ଏହା ସାଧାରଣ ଗ୍ରାହକଙ୍କ ବଜେଟ୍ ସହ ବ୍ୟବସାୟୀଙ୍କ ମଧ୍ୟ ଉପରେ ପ୍ରଭାବ ପକାଇବ ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି ।

















