ବାୟୁସେନାର ଏକ ମିଗ୍‌-୨୧ ବିମାନ ଦୁର୍ଘଟଣାଗ୍ରସ୍ତ : ଜଣେ ପାଇଲଟ୍‌ଙ୍କର ମୃତ୍ୟୁ

721
ADVERTISEMENT

ନୂଆଦିଲ୍ଲୀ,୧୭/୩,(ଡ଼ି.ଏଚ/ବ୍ୟୁରୋ): ବୁଧବାର ସକାଳେ କେନ୍ଦ୍ରୀୟ ଭାରତରେ ଏକ ମିଗ୍‌-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ପାଇଲଟ୍‌ଙ୍କର ମୃତ୍ୟୁ ଘଟିଛି ବୋଲି ଭାରତୀୟ ବାୟୁସେନା ଟୁଇଟ୍‌ କରି ସୁନିଶ୍ଚିତ କରିଛି । କେନ୍ଦ୍ରୀୟ ଭାରତରେ ଥିବା ଏକ ବିମାନଘାଟିରୁ ତାଲିମ ଅଭିଯାନରେ ଉଡ଼ାଣ ଆରମ୍ଭ କରିବା ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଭାରତୀୟ ବାୟୁସେନାର ଗ୍ରୁପ୍‌ କମାଣ୍ଡର୍‌ ଏ. ଗୁପ୍ତାଙ୍କର ମୃତ୍ୟୁ ଘଟିଛି। ଗଭୀର ଶୋକ ବ୍ୟକ୍ତ କରିବା ସହ ଏ ଭଳି ସମୟରେ ‘ଭାରତୀୟ ବାୟୁସେନା’ ତାଙ୍କ ପରିବାରବର୍ଗଙ୍କ ସାଥୀରେ ରହିଛି ବୋଲି ଜଣାଇଛି। ଦୁର୍ଘଟଣାର କାରଣ ଜାଣିବା ଲାଗି ‘କୋର୍ଟ ଅଫ୍‌ ଇନ୍‌କ୍ୱାରି’ ଆଦେଶ ଦିଆଯାଇଛି ବୋଲି ଟୁଇଟ୍‌ କରି ବାୟୁସେନା ପକ୍ଷରୁ କୁହାଯାଇଛି ।

Advertisement