ଛତ୍ରପୁର,୧୪/୧୧(ଡ଼ି.ଏଚ,ବ୍ୟୁରୋ) :; ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୯୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୫୨୩ ଓ ୩୭୯ଟି ଲୋକାଲ କେସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ୩୦ଟି ଜିଲ୍ଲା ମଧ୍ୟରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ମୟୂରଭଞ୍ଜ ଜିଲ୍ଲାରୁ । ଏଠାରେ ଆଜି ୮୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପଛରେ ରହିଛି ସୁନ୍ଦରଗଡ଼ । ଏଠାରୁ ୮୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଦୀର୍ଘଦିନ ଧରି ତାଲିକାର ଉପରେ ରହୁଥିବା ଖୋର୍ଦ୍ଧା ଜିଲ୍ଲାରୁ ଆଜି ଚିହ୍ନଟ ହୋଇଛନ୍ତି ୬୮। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୦୭, ୯୦୬ ଛୁଇଁଛି। ଆକ୍ଟିଭ କେସ୍ ୧୧, ୦୯୮ ଥିବାବେଳେ ସୁସ୍ଥ ହୋଇଛନ୍ତି୨, ୯୫,୨୪୫।















