ବ୍ଳକସ୍ତରୀୟ ପଂଚାୟତରାଜ ଦିବସ ପାଳିତ

236
ADVERTISEMENT

ହିଞ୍ଜିଳିକାଟୁ,୬/୩ (ଶେଷଦେବ ସାହୁ): ପ୍ରବାଦ ପୁରୁଷ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜନ୍ମ ଜୟନ୍ତୀକୁ ସାରା ରାଜ୍ୟରେ ପଂଚାୟତରାଜଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଂଜିଳିକାଟୁରେ ବ୍ଳକସ୍ତରୀୟ ପଂଚାୟତରାଜ ଦିବସ ମହା ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ବ୍ଳକ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ତହସିଲଦାର ଗୋପିନାଥ କୁଅଁର, ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗୀୟ ପ୍ରାଧ୍ୟାପକ ଡ଼ଃ. ଦାଶରଥୀ ଭୁୟାଁ ଓ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତ ମହାପାତ୍ର, ବ୍ଳକ ପ୍ରତିନିଧି ସୁରେନ୍ଦ୍ର ପ୍ରଧାନ, ବ୍ଳକ ଯୁବ ବିଜେଡ଼ି ସଭାପତି ମନୋଜ ସାବତ, ପୂର୍ବତନ ଉପ ନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ସମାଜସେବୀ ଡ଼ି, ବିଶ୍ୱନାଥ, ବ୍ଳକ ବିଜେଡ଼ି ସଭାନେତ୍ରୀ ମମତା ରେଡ୍ଡି, ଜିଲ୍ଲା ମହିଳା ସମ୍ପାଦିକା ଶ୍ରୀମତୀ ପାଢି ଓ ଏବିଡ଼ିଓ ଅରୁଣ କୁମାର ପ୍ରଧାନ ଓ ଜିପିଇଓ ପ୍ରଶାନ୍ତ କୁମାର ରଥ ପ୍ରମୁଖ ମଂଚାସିନ ଥିଲେ । ଅତିଥି ବୃନ୍ଦ ବିଜୁ ବାବୁଙ୍କ ତ୍ରିସ୍ତରୀୟ ପଂଚାୟତରାଜ ବ୍ୟବସ୍ଥା ଯୋଗୁଁ ଓଡ଼ିଶାର ବିକାଶ ଦୃତ ଗତିରେ ବୃଦ୍ଧି ପାଇଛି ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ମନରେଗା, ଗ୍ରାମୀଣ ଆବାସ ଯୋଜନା, ଓଡ଼ିଶା ଜୀବିକା ମିଶନ, ସ୍ୱଛ ଭାରତ ଯୋଜନା ଓ ମିଶନ ଶକ୍ତି ଯୋଜନାର ସଚେତନତା ସକାଶେ ପ୍ରଦର୍ଶନୀ ଷ୍ଟଲ ଖୋଲାଯାଇଥିଲା । ମଧୁବାବୁ ପେନସନ ଯୋଜନାରେ ୨୯୬ ହିତାଧିକାରୀଙ୍କୁ ବାର୍ଦ୍ଧ୍ୟକ ଭତା ବଂଟନ କରାଯାଇଥିଲା । ଅନ୍ତିମ ପର୍ଯ୍ୟାୟରେ କାଳିଆ, ସୁନେତ୍ର, ବସୁଧା, ଆମ ଗାଁ ଆମ ବିକାଶ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ପର୍କିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଆୟୋଜିତ କାର୍ଯର୍୍ୟକ୍ରମରେ ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ନାୟକ, ଏବିଇଓ ବିଶ୍ୱନାଥ ମହାରଣା, ସହକାରୀ କୃଷି ଅଧିକାରୀ ପ୍ରଶାନ୍ତ କୁମାର ନାଥ, ଅମର ପ୍ରସାଦ ସାହୁ, ଏପିଓ ପ୍ରକାଶ ଚନ୍ଦ୍ର ସାହୁ, ପ୍ରସନ୍ନ ଦଳାଇ, ରାମହରି ଶର୍ମା, ସୁଧାଂଶୁ ଶେଖର ସାହୁଙ୍କ ସମେତ ବହୁ ଅଙ୍ଗନୱାଡ଼ି, ଆଶା, ସ୍ୱଂୟ ସହାୟିକା ଗୋଷ୍ଠୀର ମହିଳା, ପିଇଓ, ବିଏଫଟି ପ୍ରମୁଖ ଉପସ୍ଥିତ ଥିଲେ ।

Advertisement