ହିଞ୍ଜିଳିକାଟୁରେ ୨୪ ପ୍ରହର ନାମଯଜ୍ଞ ଉଦଯାାପିତ

311
ADVERTISEMENT

ହିଞ୍ଜିଳିକାଟୁ, ୨ା୨ ( ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଂଚଳ ବଡ଼ ରଙ୍ଗଣି ସାହିରେ ଉତ୍ସାହୀ ନାମପ୍ରେମୀ ଯୁବଗୋଷ୍ଠୀ ପକ୍ଷରୁ ଗତ ବୁଧବାର ଠାରୁ ଆରମ୍ଭ ହୋଇଥିବା ୨୪ ପ୍ରହର ନାମଯଜ୍ଞ ରବିବାର ଉଦଯାପିତ ହୋଇଯାଇଛି । ବୁଧବାର ଅପରାହ୍ନ ୩ଘଂଟା ସମୟରେ ଯମୁନା ଅଧିବାସ ଶତାଧିକ ମହିଳା ଓ ପୁରୁଷ କଳସ ଶୋଭାଯାତ୍ରାରେ ସାମିଲ ହୋଇ ସ୍ଥାନୀୟ ଘୋଡ଼ାହାଡ଼ ନଦୀରୁ କୁମ୍ଭରେ ଜଳ ଧାରଣ କରି ନଗର ପରିକ୍ରମା କରିବା ସହ ଅଧିବାସ କରାଇଥିଲେ । ଗୁରୁବାର ପୂର୍ବାହ୍ନରେ ନାମଯଜ୍ଞ ଆରମ୍ଭ ହୋଇଥିଲା । ରବିବାର ନାମ ସମାପନ ସହ ଦଧିଭା ଭଂଜନ ସହ ଅବିର ଖେଳି ନଗର ପରିକ୍ରମା କରିଥିଲେ । ପରବର୍ତି ସମୟରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୌରାଂଚଳର ବହୁ ଭକ୍ତ ପ୍ରସାଦ ସେବନ କରିବା ସହ ପ୍ରଭୁକୃପା ଲାଭ କରିଥିଲେ । ପର୍ଶୁରାମ ସାହୁ, ସତ୍ୟ ନାରାୟଣ ସାହୁ, ଲିଙ୍ଗରାଜ ସେନାପତି, ଲଡ଼ୁ କିଶୋର ସାହୁ, ବଂଶୀଧର ସାହୁ, ପ୍ରକାଶ ଚନ୍ଦ୍ର ସାହୁ, ଶଙ୍କର୍ଷଣ ସାହୁ, ବ୍ରଜକିଶୋର ସାହୁ, ଦିଲ୍ଲିପ କୁମାର ସାହୁ, ରାଜନ କୁମାର ସାହୁ, ରଜନୀକାନ୍ତ ସାହୁ , ରମାକାନ୍ତ ସାହୁ, ଶରତ କୁମାର ସାହୁଙ୍କ ସମେତ ସଂପୃକ୍ତ ସାହିର ଉତ୍ସାହୀ ଯୁବଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Advertisement