ସିଏଏକୁ ନେଇ ମୋଦିଙ୍କୁ ଧନ୍ୟବାଦ ଦେବାକୁ ଲେଖାହେଲା ୫.୫ ଲକ୍ଷ ଚିଠି

557
ADVERTISEMENT

ଅହମ୍ମଦାବାଦ,୧୨।୧(ଡି.ଏଚ ): ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦେଶର ବିଭିନ୍ନ ଭାଗରେ ବିରୋଧ ପ୍ରଦର୍ଶନ ଚାଲିଥିବା ବେଳେ ଅହମ୍ମଦାବାଦରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ। ଅହମ୍ମଦାବାଦବାସୀ ସିଏଏକୁ ସମର୍ଥନ ଜଣାଇବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେବାକୁ ପ୍ରାୟ ୫.୫ ଲକ୍ଷ ଚିଠି ଲେଖିଛନ୍ତି। ଏହି ଚିଠିକୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରଦର୍ଶିତ କରିଛନ୍ତି । ଯେଉଁ ମଞ୍ଚରେ ଶାହା ଭାରତୀୟ ଜନତା ପାର୍ଟି(ଭାଜପା)ର କର୍ମୀମାନଙ୍କୁ ଉଦ୍‌ବୋଧନ ଦେଉଥିଲେ ସେହି ମଞ୍ଚରେ ଉକ୍ତ ଚିଠି ଗୁଡିକୁ ରଖାଯାଇଥିବା ଦେଖିବାକୁ ମିଳିଥିଲା। ଏହି ଚିଠି ଗୁଡିକୁ ସିଏଏ ଆକାରରେ ସଜାଇ ରଖାଯାଇଥିବା ବେଳେ ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହାକୁ ନେଇ ପ୍ରଦେଶ ଭାଜପା ଦାବି କରିଛି ସିଏଏ ସମର୍ଥନରେ ଏହା ଦଳର ସର୍ବବୃହତ୍ତ ସଚେତନତା। ଏହାକୁ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସ୍‌ ଓ ଓ୍ବାର୍ଲଡ ରେକର୍ଡ ଅଫ୍‌ ଇଣ୍ଡିଆରେ ସ୍ଥାନ ଦିଆଯାଇଛି।

Advertisement