ବ୍ରହ୍ମପୁର, ୨୮।୧୨( ଡି.ଏଚ/ଇ.ରଞ୍ଜନ) : ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ଶ୍ରୀ ସିନ୍ଧେ ଦତ୍ତାତ୍ରୟ ଭାଉସାହେବଙ୍କ ଅଧକ୍ଷତାରେ ଉପଖଣ୍ଡ ସ୍ତରୀୟ ରାଜସ୍ୱ,ଅବକାରୀ ,ପୁଲିସ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚୋରା ମଦ କାରବାର ,ଶିଶୁଶ୍ରମିକ ସୁରକ୍ଷା ଦେବା ,ଔଷଧ ବିକ୍ରେତା ଏବଂ ଅଣ ପଞ୍ଜିକୃତ କ୍ଲିନିକ ଗୁଡିକୁ ଚିନ୍ନଟ କରିବା ଇତ୍ୟାଦି ବୈଠକରେ ଆଲୋଚନା କରାଯାଇଥିଲା ।ଉପଖଣ୍ଡର ସମସ୍ତ ତହସିଲ ଅଞ୍ଚଳରେ ଚୋରା ଦେଶୀ ମଦ କାରବାର ରୋକିବାକୁ ତୁରନ୍ତ ପଦକ୍ଷେପ ନେବା ଏବଂ ବିଭିନ୍ନ ନକଲି ଔଷଧ ବିକ୍ରେତା ଉପରେ ମଧ୍ୟ ତଦନ୍ତ କରିବାକୁ ଉପଜିଲ୍ଲାପାଳ ସମସ୍ତ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ ।
ଏହି ବୈଠକରେ ଉପଜିଲ୍ଲପାଳଙ୍କ ସମେତ ଶ୍ରୀ ପ୍ରଶାନ୍ତ କୁମାର ମିଶ୍ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବ୍ରହ୍ମପୁର ,ଶ୍ରୀ ଦେବାଶିଷ କାଲୁ ଭେଷଜ ନିରୀକ୍ଷକ ବ୍ରହ୍ମପୁର ଶ୍ରୀ ଲଳିତ କୁମାର ସାହୁ ଭେଷଜ ନିରୀକ୍ଷକ, ଛତ୍ରପୁର, ଶ୍ରୀ ବିନୋଦ କୁମାର ବେହେରା ସହକାରୀ ଜିଲ୍ଲାପାଳ (ରାଜସ୍ବ )ବ୍ରହ୍ମପୁର ଏବଂ ସମସ୍ତ ତହସିଲଦାର ଅବକାରୀ ବିଭାଗର ଅଧିକ୍ଷକ ଉପସ୍ଥିତ ଥିଲେ ।

















