ବାତ୍ୟା ବୁଲ୍‌ବୁଲ୍‌ରେ ହୋଇଥିବା କ୍ଷୟକ୍ଷତିକୁ ନେଇ ମମତାଙ୍କ ସହ କଥା ହେଲେ ମୋଦି

303
ADVERTISEMENT

ନୂଆଦିଲ୍ଲୀ,୧୦/୧୧(ଡି.ଏଚ ): ବାତ୍ୟା ବୁଲ୍‌ବୁଲ୍‌ ଶନିବାର ରାତିରେ ପଶ୍ଚିମବଙ୍ଗ ୨୪ ପ୍ରଗଣା ଜିଲାର ସାଗରଦୀପ ଓ ବାଂଲାଦେଶର ଖେପପୁରା ମଧ୍ୟରେ ସ୍ଥଳଭାଗ ଛୁଇଁଛି। ଏହାର ପ୍ରଭାବରେ ଅନେକ କ୍ଷୟକ୍ଷତି ହେବା ସହ ୨ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହୋଇଛନ୍ତି। କେନ୍ଦ୍ର ତରଫରୁ ଯଥା ସମ୍ଭବ ସହାୟତା ଯୋଗାଇ ଦେବାକୁ ସେ ମମତାଙ୍କୁ କହିଛନ୍ତି। ଏହାସହ ମୋଦି ସଭିଙ୍କ ସୁରକ୍ଷା ଓ ସୁସ୍ଥତା କାମନା କରି ଟୁଇଟ୍‌ କରିଛନ୍ତି। ସୂଚନାଯୋଗ୍ୟ, ବାତ୍ୟା ‘ବୁଲ୍‌ବୁଲ୍‌’ ସ୍ଥଳଭାଗ ଛୁଇଁବା ପରେ ୨ ଘଣ୍ଟା ଧରି ତାଣ୍ଡବ ରଚିଥିଲା। ଏହାପରେ ସେ ସୁନ୍ଦରବନ ଦେଇ ଉତ୍ତର ପଶ୍ଚିମ ଦିଗକୁ ଗତି କରିଥିବା ସୂଚନା ଦେଇଥିଲା ପାଣିପାଗ ବିଭାଗ।

Advertisement